ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ଉଚ୍ଛେଦ ପାଇଁ ପାଗ ଭିଡିଛନ୍ତି । ସେଥିପାଇଁ ସେ ରାଜରାସ୍ତାକୁ ଆଲୋକିତ କରିବା ଲାଗି ଏକ ଉଜ୍ଜ୍ୱଳ କୁତ୍ରିମ ଚନ୍ଦ୍ର ସାଟେଲାଇଟ୍ ଲଞ୍ଚ କରିବେ । ଚେଙ୍ଗଡୁ ଏରୋସ୍ପେସ୍ ସାଇ୍ନ୍ସ ଏଣ୍ଡ ଟେକ୍ନୋଲୋଜି ସିଷ୍ଟମ୍ ରିସର୍ଚ୍ଚ ପ୍ରତିଷ୍ଠାନ କଂପାନି ପକ୍ଷରୁ ଏହି ଘୋଷଣା ହୋଇଛି । ତେବେ ଏହା ପଛରେ ଚୀନ୍ ସରକାରଙ୍କର ହାତ ରହିଛି କି ନାହିଁ, ତାହା ଜଣାପଡିନାହିଁ ।
ସଂସ୍ଥା ଦାବି କରିଛି ଯେ ଏହି କୁତ୍ରିମ ଚନ୍ଦ୍ର ଆକାଶର ବାସ୍ତବ ଚନ୍ଦ୍ର ଠାରୁ ଆଠଗୁଣ ଆଲୋକ ପ୍ରଦାନ କରିବ । ଏହା ୩୬୦୦ ବର୍ଗ କିଲୋମିଟରରୁ ୬୪୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବ । ୫୦ ବର୍ଗ କିଲୋମିଟର ଅଞ୍ଚଳକୁ ଯଦି ଏହି କୁତ୍ରିମ ଚନ୍ଦ୍ର ଆଲୋକ ପ୍ରଦାନ କରେ, ତେବେ ବିଦ୍ୟୁତ ଶୁଳ୍କ ଆଦି ବାବଦରେ ଭାରତୀୟ ମୁଦ୍ରାରେ ୧୨୭୧ କୋଟି ଟଙ୍କା ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ । ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅଧିକ ସହଯୋଗ କରିବ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।
ପ୍ରମୁଖ ଖବର
ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର