ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଚୀନ୍‍ ଆକାଶରେ ଝଲସିବ କୁତ୍ରିମ ଚନ୍ଦ୍ର

0

ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍‍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା ଷ୍ଟ୍ରିଟ୍‍ ଲାଇଟ୍‍ ବ୍ୟବସ୍ଥାର ଉଚ୍ଛେଦ ପାଇଁ ପାଗ ଭିଡିଛନ୍ତି । ସେଥିପାଇଁ ସେ ରାଜରାସ୍ତାକୁ ଆଲୋକିତ କରିବା ଲାଗି ଏକ ଉଜ୍ଜ୍ୱଳ କୁତ୍ରିମ ଚନ୍ଦ୍ର ସାଟେଲାଇଟ୍‍ ଲଞ୍ଚ କରିବେ । ଚେଙ୍ଗଡୁ ଏରୋସ୍ପେସ୍‍ ସାଇ୍‍ନ୍‍ସ ଏଣ୍ଡ ଟେକ୍ନୋଲୋଜି ସିଷ୍ଟମ୍‍ ରିସର୍ଚ୍ଚ ପ୍ରତିଷ୍ଠାନ କଂପାନି ପକ୍ଷରୁ ଏହି ଘୋଷଣା ହୋଇଛି । ତେବେ ଏହା ପଛରେ ଚୀନ୍‍ ସରକାରଙ୍କର ହାତ ରହିଛି କି ନାହିଁ, ତାହା ଜଣାପଡିନାହିଁ ।
ସଂସ୍ଥା ଦାବି କରିଛି ଯେ ଏହି କୁତ୍ରିମ ଚନ୍ଦ୍ର ଆକାଶର ବାସ୍ତବ ଚନ୍ଦ୍ର ଠାରୁ ଆଠଗୁଣ ଆଲୋକ ପ୍ରଦାନ କରିବ । ଏହା ୩୬୦୦ ବର୍ଗ କିଲୋମିଟରରୁ ୬୪୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବ । ୫୦ ବର୍ଗ କିଲୋମିଟର ଅଞ୍ଚଳକୁ ଯଦି ଏହି କୁତ୍ରିମ ଚନ୍ଦ୍ର ଆଲୋକ ପ୍ରଦାନ କରେ, ତେବେ ବିଦ୍ୟୁତ ଶୁଳ୍କ ଆଦି ବାବଦରେ ଭାରତୀୟ ମୁଦ୍ରାରେ ୧୨୭୧ କୋଟି ଟଙ୍କା ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ । ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅଧିକ ସହଯୋଗ କରିବ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।

Leave A Reply

Your email address will not be published.